ରେଢାଖୋଲ: ଧଉରାପାଲି ଗ୍ରାମରେ ଅନ୍ତେଷ୍ଟି କ୍ରିୟାରେ ଯୋଗଦେବାକୁ ଯାଇ ପାଣିରେ ବୁଡି ଭଣଜା ମୃତ
ଧଉରାପାଲି ଗ୍ରାମରେ ଅନ୍ତେଷ୍ଟି କ୍ରିୟାରେ ଯୋଗଦେବାକୁ ଯାଇ ପାଣିରେ ବୁଡି ଭଣଜା ମୃତ. ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ବଡ କଷିବାହାଲ ଗ୍ରାମର ଜଣେ ଯୁବକ ଜୟରାମ ପ୍ରଧାନ ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଳକ ବଇଜା ଗ୍ରାମର ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ସୂଚନାଯୋଗ୍ୟ ଯେ ମୃତ ଜୟରାମ ଧଉରାପାଲି ଗ୍ରାମକୁ ତାଙ୍କ ମାମୁଁ ଘରକୁ ଏକ ଅନ୍ତେଷ୍ଟି କ୍ରିୟାରେ ଯୋଗଦେବାକୁ ଯାଇଥିଲେ । ସେଠାରେ ରବିବାର ସକାଳେ ବଇଜା ଗ୍ରାମର ପଖୋରୀ କୁ ପଦ୍ମ ଫୁଲ ତୋଲିବା ପାଇଁ ଯାଇଥିଲେ । ହେଲେ ପଙ୍କ ଥିବାରୁ ଭିତରେ ପଶି ଯାଇ ପାଣିରେ ବୁଡି ଯାଇଥିଲେ ।