ଅଗ୍ନିକାଣ୍ଡ ରେ ଦୁଇ ବଖରା ପୋଡି ପାଉଁଶ l ଖଇରା ବ୍ଳକ କୁପାରୀ ପଞ୍ଚାୟତ ଚୂନନଟି ଗ୍ରାମ ରେ ମଶା ଧୂଆଁ ରୁ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ଦୁଇ ବଖରା ସମେତ ୫୦ ହଜାର ଟଙ୍କା ର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଏହି ଗ୍ରାମର ସଞ୍ଜୀବ ଦାସ ଓ ସଞୟ ଦାସ ଙ୍କ ଘରେ ମଶା ପାଇଁ ଘରେ ଧୁଆଁ ଦେଇଥିଲେ। ଏହି ଧୁଆଁ ରୁ ହଠାତ୍ ଘରେ ନିଆଁ ଲାଗିଯାଇଥିଲା ବେଳେ ପରେ ଅନ୍ୟ ଘରକୁ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ ରେ ଲାଗିବା ସହିତ ଖଇରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଖବର ପାଇ ଆଜି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁ କୁ ଆୟତ୍ତ କରିଛନ୍ତି l