ଦେବଗଡ: ବଳମ ଶାସନସାହି ନିକଟରେ ବସ ଧକ୍କାରେ ବାଇକ ଚାଳକ ଗୁରୁତର ଆହତ, ଥାନାରେ ମାମଲା
ଦେବଗଡ ଥାନା ଅନ୍ତର୍ଗତ ବଳମ ଶାସନସାହି ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଆଜି ଏକ ବସ ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତ ଥିବା ବାଇକ ଚାଳକ ଧୋବଲିପଥର ଭାଲିଆଗୁଡି ଗ୍ରାମର ଗୋପିନାଥ ସ୍ୱାଇଁ(୬୧) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ବଳମ ଶାସନସାହି ଠାରେ ଥିବା ପେଟ୍ରୋଲ ପମ୍ପରୁ ବାହାରି ଗୋପିନାଥ ଓଆର-୧୯-ଡବ୍ଲୁ-୮୨୫୧ ନମ୍ବର ଥିବା ଏକ ବାଇକ ଯୋଗେ ରାସ୍ତା ଅତିକ୍ରମ କରୁଥିଲେ । ଉକ୍ତ ସମୟରେ ଓଡି-୧୫-ୟୁ-୩୩୧୧ ନମ୍ବର ଥିବା ଓମ ସାଇ ବସ ଧକ୍କା ଦେଇଥିଲା । ଫଳରେ ବାଇକ ସହିତ ଗୋପିନାଥ ରାସ୍ତାରେ ଛିଟିକି ପଡିଥିବା ବେଳେ ଗୁରୁତର ଆହତ ହୋଇଥିଲେ ।