#୫୦_ହଜାର_ଟଙ୍କା_ଲାଞ୍ଚ_ନେଇ_ଭିଜିଲାନ୍ସ_ପଞ୍ଜାରେ_ମାଥିଲି ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଜିଲ୍ଲା ମାଥିଲି ଜେଏମଏଫସି କୋର୍ଟର ବେଞ୍ଚ କ୍ଲର୍କ ଅଚ୍ୟୁତ ପ୍ରଧାନଙ୍କୁ ଧରିଲା ଭିଜିଲାନ୍ସ ବିଭାଗ ।
🔹ମାଥିଲି ଅଞ୍ଚଳର ପ୍ରଭାତ ବିଶୋଇଙ୍କ ନାମରେ ଥିବା ୱାରେଣ୍ଟକୁ କ୍ଲୋଜ୍ କରିବା ପାଇଁ ବେଞ୍ଚ କ୍ଲର୍କ ଅଚ୍ୟୁତ ପ୍ରଧାନ ୫୦ ହଜାର ଟଙ୍କା ଦାବି କରିଥିଲେ । ଏନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ଏକ ଯୋଜନାବଦ୍ଧ ଚଢ଼ାଉ କରାଯାଇଥିଲା ।
🔹 ଲାଞ୍ଚ ଟଙ୍କା ନେବା ସମୟରେ ଧରାପଡ଼ିଲେ ଅଚ୍ୟୁତ ପ୍ରଧାନ ।
ଚଢ଼ାଉରେ ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ଡିଏସପିଙ୍କ ସହ ୩ ଜଣ ଇନ୍ସପେକ୍ଟର ସାମିଲ ଥିଲେ ।
ବେଞ୍ଚ କ୍ଲର୍କଙ୍କ ଘରେ ମଧ୍ୟ ତଲାସି ଜାରି ରହିଛି ଏବଂ ତାଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଉଛି ।
ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ର