ଗୋବିନ୍ଦପୁର: ପାକେଲପଡ଼ା ଭୂତଲୁପଡ଼ାରେ ରାସ୍ତା ନ ଥିବାରୁ ଖଟରେ ବୁହା ହେଲେ ରୋଗୀ
ପାକେଲପଡ଼ା ଭୂତଲୁ ପଡ଼ା ର ମଙ୍ଗଲି କିଷାନ ଗୁରୁବାର ଦିନ ପାଖ ପୋଖରୀ କୁ ଗାଧୋଇବାକୁ ଯାଇ ସେଠାରେ ଖସି ତାଙ୍କ ଗୋଡ଼ ଭାଙ୍ଗି ସେ ଗୁରୁତର ଆହତ ହୋଇ ଥିଲେ। ତାଙ୍କ ପରିବାର ଲୋକ ଶହେ ୮ ଆମ୍ବୁଲାନ୍ସ କୁ ସୂଚନା ଦେଇଥିଲେ। ଗୋବିନ୍ଦପୁର ଡାକ୍ତରଖାନା ରୁ ଆମ୍ବୁଲାନ୍ସ ପାକେଲପଡ଼ା କୁ ପହଞ୍ଚିଥିବା ବେଳେ ଭୂତଲୁପଡ଼ା ଯିବା ରାସ୍ତା କାଦୁଅ ରେ ଭର୍ତ୍ତି ହୋଇ ରହିଥିବା ରୁ ଆମ୍ବୁଲାନ୍ସ ଗାଁ କୁ ପହଞ୍ଚିବା ସମ୍ଭବ ହୋଇ ନଥିଲା। ଶେଷ ରେ ନିରୁପାୟ ହୋଇ ଗ୍ରାମବାସୀ ମାନେ ରୋଗୀ କୁ ଏକ ଖଟ ରେ ପ୍ରାୟ ଅଧ କିଲୋମିଟର ରାସ୍ତା ବୋହି ଆଣି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇ ଥିଲେ।