ନୂଆପଡା: ଜଡ଼ାମୁଡ଼ା ଡେମ ଡାକ ବଙ୍ଗଳା ପରିସରରେ ନୂଆପଡ଼ା ଜିଲ୍ଲା ସିଆରସିସି ଫୋରମ ଗଠନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଡ଼ାମୁଡ଼ା ଡେମ ଡାକ ବଙ୍ଗଳା ପରିସରରେ ନୂଆପଡ଼ା ଜିଲ୍ଲା ସିଆରସିସି ଫୋରମ ଗଠନ ଓ ପ୍ରାରମ୍ଭିକ ବୈଠକ ତଥା ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବୈଠକରେ ନୂଆପଡ଼ା ଜିଲ୍ଲାର ସମସ୍ତ ବ୍ଲକ ଅନ୍ତର୍ଗତ ସମସ୍ତ କ୍ଲଷ୍ଟର ର ସିଆରସିସି ମାନେ ଉପସ୍ଥିତ ଥିଲେ। ବାଗଦେବି ମାଁ ସରସ୍ଵତୀଙ୍କ ପୂଜନ ପରେ ଆରମ୍ଭ ହେଇଥିବା ବୈଠକର ଖରୀଆର ବ୍ଲକ ସିଆରସିସି ଫୋରମ୍ର ସଭାପତି ଶ୍ରୀଯୁକ୍ତ ଖଗେଶ୍ବର ବାଗ ସଭାପତିତ୍ବ କରିଥିଲେ। ବୈଠକରେ ବିଭିନ୍ନ ବିନ୍ଦୁ ଉପରେ ଆଲୋଚନା ହୋଇଥିଲା।