ସିମୁଳିଆ: ମାର୍କୋଣା ବଜାର ରେ ଥିବା ବିଭିନ୍ନ ଔଷଧ ଦୋକାନ ରେ ଡ୍ରଗ୍ସ ବିଭାଗ ପକ୍ଷରୁ ଯାଞ୍ଚ
ଡ୍ରଗ୍ସ ବିଭାଗର ବିଭିନ୍ନ ଔଷଧ ଦୋକାନରେ ଯାଞ୍ଚ,ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ବଜାରରେ ଅବସ୍ଥିତ ବିଭିନ୍ନ ଔଷଧ ଦୋକାନରେ ଆଜି ଡ୍ରଗ୍ସ ବିଭାଗ ପକ୍ଷରୁ ଯାଞ୍ଚ କାର୍ଯ୍ୟ କରାଯାଇଛି। ବାଲେଶ୍ୱର ଡ୍ରଗ୍ସ ଇନ୍ସପେକ୍ଟର ମୋନାଲିସା ମଲ୍ଲିକଙ୍କ ନେତୃତ୍ୱରେ ଏହି ଯାଞ୍ଚ ହୋଇଥିବା ଜଣାପଡ଼ିଛି। ସିମୁଳିଆ ଅଞ୍ଚଳର କିଛି ଔଷଧ ଦୋକାନ ଓ ହୋଲସେଲରଙ୍କ ଦ୍ୱାରା ନକଲି ଔଷଧ ବିକ୍ରି ହେଉଥିବା ନେଇ ପୂର୍ବରୁ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା। ଏହି ଅଭିଯୋଗକୁ ଆଧାର କରି ଆଜି ଡ୍ରଗ୍ସ ଇନ୍ସପେକ୍ଟର ମାର୍କୋଣା ଅଞ୍ଚଳରେ ପହଞ୍ଚି ଅନେକ ଔଷଧ ଦୋକାନରେ ଯାଞ୍ଚ କରିଥିଲେ l