Public App Logo
Jansamasya
News
Maharashtra
Bjp
National
Police
Bihar
बिहार
कांग्रेस
Congress
Modi
Delhi
Viral
Jharkhand
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଆର୍ ଆଇ ଶୈଳବାଳା ନାୟକ। ମତ୍ସ୍ୟ ପୋଖରୀ ଯୋଜନାର ଟ୍ରେସ୍ ମ୍ୟାପ୍ ପାଇଁ ଲାଞ୍ଚ ନେଉଥିବା ବେଳେ ଆର୍‌ଆଇ ଗିରଫ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଅନ୍ତର୍ଗତ କୋସାଗୁଡା ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) ସୈଳବାଳା ନାୟକଙ୍କୁ ଲାଞ୍ଚ ଗ୍ରହଣ ଅଭିଯୋଗରେ ମଙ୍ଗଳବାର ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ମତ୍ସ୍ୟ ପୋଖରୀ ଯୋଜନାରେ ଅନୁଦାନ ପାଇବା ପାଇଁ ଆବଶ୍ୟକ ଟ୍ରେସ୍ ମ୍ୟାପ୍ ପ୍ରଦାନ କରିବା ନିମନ୍ତେ ସେ ଜଣେ ହିତାଧିକାରୀଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ସୂଚନା ଅନୁଯାୟୀ, ମତ୍ସ୍ୟ ଚାଷ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ମତ୍ସ୍ୟ ପୋଖରୀ ଯୋଜନାରେ ଅନୁଦାନ ସହାୟତା ଲାଭ କରିବା ନିମନ୍ତେ କିଛି ହିତାଧିକାରୀ ଆବେଦନ କରିଥିଲେ। ଏହି ଅନୁଦାନ ପ୍ରକ୍ରିୟାରେ ସମ୍ପୃକ୍ତ ପୋଖରୀଗୁଡ଼ିକର ଟ୍ରେସ୍ ମ୍ୟାପ୍ ଦାଖଲ କରିବା ବାଧ୍ୟତାମୂଳକ ଥିଲା। ସେଥିପାଇଁ ହିତାଧିକାରୀମାନେ ନିଜ ଜମିର ଟ୍ରେସ୍ ମ୍ୟାପ୍ ପାଇଁ ଆବେଦନ କରିଥିଲେ। ତେବେ ଟ୍ରେସ୍ ମ୍ୟାପ୍ ପ୍ରଦାନ କରିବା ବଦଳରେ ଆର୍‌ଆଇ ଶୈଳବାଳା ନାୟକ ୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଲାଞ୍ଚ ଦେବାକୁ ଅନିଚ୍ଛୁକ ହିତାଧିକାରୀ ଏନେଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଅଧିକାରୀମାନେ ଯୋଜନାବଦ୍ଧ ଚଢ଼ାଉ କରି ଆର୍‌ଆଇଙ୍କୁ ୪ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ରଙ୍ଗ ହାତରେ ଧରିଥିଲେ। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ରାଶି ଜବତ କରାଯାଇଛି। ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ଶୈଳବାଳା ନାୟକଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ଏକକାଳୀନ ଚଢ଼ାଉ ଓ ତଦନ୍ତ ଜାରି ରହିଛି। ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍ ନଂ–୧୦/୨୦୨୬ ରୁଜୁ କରାଯାଇଥିବା ବେଳେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ମାମଲାର ଅଧିକ ତଦନ୍ତ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

Jeypore, Koraput | Jun 16, 2026

MORE NEWS

୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଆର୍ ଆଇ ଶୈଳବାଳା ନାୟକ। ମତ୍ସ୍ୟ ପୋଖରୀ ଯୋଜନାର ଟ୍ରେସ୍ ମ୍ୟାପ୍ ପାଇଁ ଲାଞ୍ଚ ନେଉଥିବା ବେଳେ ଆର୍‌ଆଇ ଗିରଫ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଅନ୍ତର୍ଗତ କୋସାଗୁଡା ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) ସୈଳବାଳା ନାୟକଙ୍କୁ ଲାଞ୍ଚ ଗ୍ରହଣ ଅଭିଯୋଗରେ ମଙ୍ଗଳବାର ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ମତ୍ସ୍ୟ ପୋଖରୀ ଯୋଜନାରେ ଅନୁଦାନ ପାଇବା ପାଇଁ ଆବଶ୍ୟକ ଟ୍ରେସ୍ ମ୍ୟାପ୍ ପ୍ରଦାନ କରିବା ନିମନ୍ତେ ସେ ଜଣେ ହିତାଧିକାରୀଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ସୂଚନା ଅନୁଯାୟୀ, ମତ୍ସ୍ୟ ଚାଷ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ମତ୍ସ୍ୟ ପୋଖରୀ ଯୋଜନାରେ ଅନୁଦାନ ସହାୟତା ଲାଭ କରିବା ନିମନ୍ତେ କିଛି ହିତାଧିକାରୀ ଆବେଦନ କରିଥିଲେ। ଏହି ଅନୁଦାନ ପ୍ରକ୍ରିୟାରେ ସମ୍ପୃକ୍ତ ପୋଖରୀଗୁଡ଼ିକର ଟ୍ରେସ୍ ମ୍ୟାପ୍ ଦାଖଲ କରିବା ବାଧ୍ୟତାମୂଳକ ଥିଲା। ସେଥିପାଇଁ ହିତାଧିକାରୀମାନେ ନିଜ ଜମିର ଟ୍ରେସ୍ ମ୍ୟାପ୍ ପାଇଁ ଆବେଦନ କରିଥିଲେ। ତେବେ ଟ୍ରେସ୍ ମ୍ୟାପ୍ ପ୍ରଦାନ କରିବା ବଦଳରେ ଆର୍‌ଆଇ ଶୈଳବାଳା ନାୟକ ୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଲାଞ୍ଚ ଦେବାକୁ ଅନିଚ୍ଛୁକ ହିତାଧିକାରୀ ଏନେଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଅଧିକାରୀମାନେ ଯୋଜନାବଦ୍ଧ ଚଢ଼ାଉ କରି ଆର୍‌ଆଇଙ୍କୁ ୪ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ରଙ୍ଗ ହାତରେ ଧରିଥିଲେ। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ରାଶି ଜବତ କରାଯାଇଛି। ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ଶୈଳବାଳା ନାୟକଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ଏକକାଳୀନ ଚଢ଼ାଉ ଓ ତଦନ୍ତ ଜାରି ରହିଛି। ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍ ନଂ–୧୦/୨୦୨୬ ରୁଜୁ କରାଯାଇଥିବା ବେଳେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ମାମଲାର ଅଧିକ ତଦନ୍ତ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। - Jeypore News