#ବିକଳାଙ୍ଗ_ପଞ୍ଚମ_ଶ୍ରେଣୀ_ଛାତ୍ରୀଙ୍କୁ_ଶିକ୍ଷକଙ୍କ_ମାଡ଼_ଅଭିଯୋଗ
#ଶିବିରକୁ_ଯିବାକୁ_କହିବାରୁ_ବାଡ଼ିରେ_ପିଟିଥିବା_ଅଭିଯୋଗ
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଶମ୍ଭୁନାଥ ଉଚ୍ଚ ବିଦ୍ୟାଳୟର ଜଣେ ବିକଳାଙ୍ଗ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ବାଡ଼ିରେ ପିଟିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ଗତକାଲି ବସ୍ତା ବ୍ଲକ ପରିସରରେ ଭିନ୍ନକ୍ଷମଙ୍କ ପାଇଁ ଏକ ଶିବିର ଅନୁଷ୍ଠିତ ହେଉଥିଲା। ଛାତ୍ରୀଙ୍କ ଅଭିଭାବକ ତାଙ୍କୁ ଉକ୍ତ ଶିବିରକୁ ନେବା ପାଇଁ କହିଥିଲେ। ତେବେ ଆଗକୁ ଗୁରୁଦିବସ ଥିବାରୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଗୀତ ଶିଖାଯାଉଥିଲା।
ଛାତ୍ରୀ ଜଣକ ଗୀତ ଶିଖିସାରି ଶିବିରକୁ ଯିବାକୁ କହିଥିବା ବେଳେ ଶିକ୍ଷକ ତାଙ୍କୁ ବାଡ଼ିରେ ପିଟିଥିବା ଅଭିଯୋଗ ହୋଇଛି। ପରେ ଘଟଣା ସମ୍ପର୍କରେ ଛାତ୍ରୀଙ୍କ ବାପା ଜାଣିବା ପରେ ଜରୁରୀକାଳୀନ ନମ୍ବର ୧୧୨କୁ ଫୋନ୍ କରିଥିଲେ। ଏହାପରେ ଛାତ୍ରୀଙ୍କୁ ବସ୍ତା ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଇଥିଲା।ଖବର ପାଇ ବସ୍ତା ପୋଲିସ ଡାକ୍ତରଖାନାରେ ପହଞ୍ଚି ଛାତ୍ରୀ ଓ ତାଙ୍କ ପରିବାରଙ୍କଠାରୁ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି। ଘଟଣାରେ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଓ ଦୋଷୀଙ୍କ ବିରୋଧରେ କି ପଦକ୍ଷେପ ନିଆଯିବ, ତାହା ସ୍ପଷ୍ଟ ହେବ।
#dmbalasore #spbalasore #deobalasore #beobasta #mahimatv #BASTA #SNHighSchool
CMO Odisha Ajit Kumar Sahoo Journalist Rajkishore Behera Dinabandhu Pradhan Rabinarayan Satpathy Surajtv Odia BYJD BASTA Manas Ranjan Behera Kanak News