ପିପିଲି ଏନଏସିର ୨ଓ ୩ନମ୍ବର ୱାର୍ଡରେ ମାଙ୍କଡ ଆତଙ୍କ ଦେଖିବାକୁ ମିଳିଛି। ମାଙ୍କଡ କାମୁଡାରେ ୩ଜଣ ଗୁରୁତର ହୋଇଥିଲା ବେଳେ ସେମାନଙ୍କୁ ଘରୋଇ ମେଡିକାଲରେ ଚିକିତ୍ସା ଜାରି ରହିଥିବା ଜଣା ପଡ଼ିଛି। ମାଙ୍କଡ ଆତଙ୍କରେ ୱାର୍ଡର ଛୋଟ ଛୋଟ ପିଲାମାନେ ବିଦ୍ୟାଳୟ ଓ ଅଙ୍ଗନବାଡିକୁ ଯିବାକୁ ଭୟ କରୁଛନ୍ତି। ଏନେଇ ମାଙ୍କଡ ଦଳକୁ କାବୁ କରିବା ବନ ବିଭାକୁ ଚିଠି କରାଯିବାର ବ୍ୟବସ୍ଥା କରାଯାଉଥିବା ନେଇ ଆଜି ଅପରାହ୍ନ ତିନିଟା ରେ ଏନ ଏସି କାର୍ଯ୍ୟାଳୟ ପରିସରରେ ପ୍ରତିକ୍ରିୟା ରଖିଛନ୍ତି ଏନ ଏସି ଅଧ୍ୟକ୍ଷ ଏସ କେ ବାବୁ।