ଝାରସୁଗୁଡା: ଭଅଁରଖୋଲ ବାଞ୍ଜିପଡ଼ାର ଜଣେ ଯୁବକର ଝୁଲନ୍ତା ମୃତଦେହକୁ ଆଜି ଉଦ୍ଧାର କରିଛି ପୋଲିସ
ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ଭଅଁରଖୋଲ ବାଞ୍ଜିପଡ଼ାର ଜଣେ ଯୁବକର ଝୁଲନ୍ତା ମୃତଦେହକୁ ଆଜି ଉଦ୍ଧାର କରିଛି ପୋଲିସ l ମୃତ ଯୁବକ ଜଣକ ଭଅଁରଖୋଲ ବାଞ୍ଜିପଡ଼ାର ଲିଙ୍ଗରାଜ ମୁଣ୍ଡା (୩୫) ବୋଲି ପୋଲିସ ଆଜି ସନ୍ଧ୍ୟା ୭ ଟା ୩୦ ରେ ସୂଚନା ଦେଇଛି l ସୂଚନା ଅନୁସାରେ ଗତ ସୋମବାର ସନ୍ଧ୍ୟା ପ୍ରାୟ ୫ ଟାରେ ସେ ଘରୁ ହଠାତ୍ କୁଆଡ଼େ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିବା ବେଳେ ତାଙ୍କର କୌଣସି ସନ୍ଧାନ ମିଳିପାରିନଥିଲା। ଆଜି ମଙ୍ଗଳବାର ସକାଳେ ଭଅଁରଖୋଲ ବଞ୍ଜିପଡ଼ାର ଏକ ନାଲା ନିକଟସ୍ଥ ଏକ ଲିମ୍ବ ଗଛରେ ଲିଙ୍ଗରାଜଙ୍କ ଝୁଲନ୍ତା ମୃତଦେହକୁ କେ