ନନ୍ଦପୁର ବ୍ଲକରେ ଲଗାଣ ବର୍ଷା ଯୋଗୁ ବିତ୍ପାତ ଦେଖାଦେଇଛି। ଆଜି ଅପରାହ୍ନ ୨ଘଣ୍ଟା ଠାରୁ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଖିନବର ପଞ୍ଚାୟତ ସମେତ ଅନ୍ୟ ୮ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।ହିକିମପୁଟ ପଞ୍ଚାୟତର ସରବାପୁଟ ଓ ବିସପୁର ଗ୍ରାମ ସମ୍ମୁଖ କଲଭର୍ଟରେ ଅଣ୍ଟାଏ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି। ଚାଟୁଆ ପଞ୍ଚାୟତ କଉଡ଼ିଖାଲ (ଆରଡି ରାସ୍ତା) ଭୂତଳ ସେତୁ ନିକଟରେ ରାସ୍ତାରେ ୫ରୁ ୬ ଫୁଟ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଖିନବର ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି