ଭଦ୍ରକ: #ସାମ୍ବାଦିକ_ଭବନ_ଉଦଘାଟନ, ଯୋଗ ଦେଲେ ନୂତନ ଜିଲ୍ଲାପାଳ । ଭଦ୍ରକ ଜିଲ୍ଲାର ସାମ୍ବାଦିକ ବନ୍ଧୁ ମାନଙ୍କର ଦୀର୍ଘ ଦିନର ନ୍ୟାୟସଙ୍ଗତ ଦାବି ସାକାର ହୋଇଛି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ସମ୍ମାନ ଓ ଦାୟିତ୍ୱବୋଧର ଏକ ଐତିହାସିକ ପଦକ୍ଷେପ ସ୍ବରୁପ ଆଜି ସାମ୍ବାଦିକ ଭବନ ଉଦଘାଟନ କରିଛନ୍ତି ବିଧାୟକ ସିତାଂଶୁ ଶେଖର ମହାପାତ୍ର | ଏହି ଅବସରରେ ପୂର୍ବତନ ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଏବଂ ନବନିଯୁକ୍ତ ଜିଲ୍ଲାପାଳଙ୍କୁ ସ୍ୱାଗତ ଜଣାଇଥିଲେ ବିଧାୟକ | ଏଥିସହ ଦାୟିତ୍ୱବାନ ସାମ୍ବାଦିକତା ଓ ଜନସହଭାଗିତା ହିଁ ଏକ ବିକଶିତ ଭଦ୍ରକର ମୂଳ ଆଧାର ବୋଲି କହିବା ସହ ସମସ୍ତ ସାମ୍ବାଦିକ ବନ୍ଧୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଛନ୍ତି |
#citykhabarbhadrak