କଟକ ପୌରାଞ୍ଚଳ: ସାଲେପୁରରେ ସ୍କୁଲ ଓ କଲେଜ ନିକଟସ୍ଥ ଦୋକାନରେ ମିଳିତ ଚଢ଼ଉ
ସାଲେପୁର କଲେଜ, ସ୍କୁଲ ଓ ବଜାର ନିକଟରେ ଥିବା ଦୋକାନଗୁଡ଼ିକରେ ଡ୍ରଗ୍ସ ସ୍କ୍ୱାଡ୍, ଅବକାରୀ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ ଓ ସାଲେପୁର ପୁଲିସ ପକ୍ଷରୁ ଯାଞ୍ଚ କରାଯାଇଛି। ଖାଦ୍ୟର ଗୁଣବତ୍ତା, ସ୍ୱଚ୍ଛତା ଓ ନିଷିଦ୍ଧ ଦ୍ରବ୍ୟ ବିକ୍ରିକୁ ନେଇ ଏହି ଯାଞ୍ଚ ହୋଇଛି।