ବାରିପଦାର ମଞ୍ଚାବନ୍ଧା ନିକଟରେ ଭାରସାମ୍ୟ ହରାଇ ଏକ କାର ଜାତୀୟ ରାଜପଥ କଡ଼କୁ ଖସିଯାଇଛି। ସୋମବାର ଉକ୍ତ କାରଟି ବାଲେଶ୍ଵର ପଟୁ ବାରିପଦା ଆଡ଼କୁ ଆସିଥିଲା। ଉକ୍ତ ସମୟରେ କାରଟି କୋଣସି କାରଣ ପାଇଁ ଭାରସାମ୍ୟ ହରାଇ ନିୟନ୍ତ୍ରଣ ବାହାର ହୋଇଥିଲା। ଏଥିପରେ ଜାତୀୟ ରାଜପଥ କଡ଼ ତଳକୁ ଖସି ଯାଇଥିଲା। ତେବେ ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି ବୋଲି ସୂଚନା ମିଳିଛି।