କୋଟପାଡ଼ ବନ୍ୟାରେ ଓଡ୍ରାଫ୍ର ଦୁଃସାହସିକ ଉଦ୍ଧାର
ସୁରଲି ଗ୍ରାମରୁ ୩ ଜଣଙ୍କୁ ଉଦ୍ଧାର କଲେ ଓଡ୍ରାଫ୍ ଟିମ୍
କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ବନ୍ୟା ଜଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ୍ ଟିମ୍ ପକ୍ଷରୁ ଜୋରଦାର ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କୋଟପାଡ଼ର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପହଞ୍ଚିବା ପୂର୍ବରୁ ଓଡ୍ରାଫ୍ ଟିମ୍ ପକ୍ଷରୁ ଏକ ଦୁଃସାହସିକ ଉଦ୍ଧାର ଅଭିଯାନ କରାଯାଇଥିଲା। କୋଟପାଡ଼ ବ୍ଲକ୍ର ସୁରଲି ଗ୍ରାମରେ ଦୀର୍ଘ ୫ ଦିନି ହେଲା ବନ୍ୟା ଜଳ ମଧ୍ୟରେ ଫସି ରହିଥିବା ୩ ଜଣ ବ୍ୟକ୍ତିଙ୍କୁ ଓଡ୍ରାଫ୍ ଟିମ୍ ଦୁଃସାହସିକ ଭାବେ ଉଦ୍ଧାର କରିଛି। ବିପଦପୂର୍ଣ୍ଣ ପରିସ୍ଥିତିରେ ଓଡ୍ରାଫ୍ ଯବାନଙ୍କ ଏହି ଉଦ୍ଧାର କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଏବେ ମଧ୍ୟ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।