କୋରାପୁଟ ସହର: ବୈପାରିଗୁଡାର ବିଡିଓଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ବ୍ଳକର ସମସ୍ତ ସମିତି ସଭ୍ୟ
ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅଣଦେଖା କରିବା ସହ ନିଜ ଇଚ୍ଛା ମୁତାବକ ପ୍ରକଳ୍ପ ତାଲିକା ପ୍ରସ୍ତୁତ କରି ବୈପାରିଗୁଡ଼ା ବ୍ଲକର ଭାରପ୍ରାପ୍ତ ବିଡିଓ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପଠାଇବା ଘଟଣାର ପ୍ରତିବାଦରେ ସମସ୍ତ ସମିତି ସଭ୍ୟ ସନ୍ଧ୍ୟା ୬ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ପ୍ରତିନିଧି ମାନଙ୍କ ଅଭିଯୋଗ ଅନୁଯାୟୀ ବିଡିଓ ସମିତି ବୈଠକ ନ ଡାକି ନିଜ ଇଚ୍ଛାରେ ନିର୍ଦ୍ଧିଷ୍ଟ କିଛି ପଞ୍ଚାୟତରେ ଗ୍ରାଣ୍ଟ ଇନ୍ ଏଡ ଯୋଜନାରେ କାମ କରିବା ନିମନ୍ତେ ପ୍ରକଳ୍ପ ତାଲିକା ପ୍ରସ୍ତୁତ କରି ଅନୁମୋଦନ ନିମନ୍ତେ ଗତ ମାସ ୧୪ ତାରିଖରେ ପଠାଇଥିଲେ ।