ଭଦ୍ରକ ଗ୍ରାମାଞ୍ଚଳ: କାର୍ଯ୍ୟ ନ ସରୁଣୁ ବୈତରଣୀ ନଦୀକୁ ଧସିଲା ପଥର ପ୍ଯାକିଂ,ପାଣିରେ ପଡ଼ିଲା ୭୫ଲକ୍ଷ #janasamsya
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଜଳସମ୍ପଦ ବିଭାଗ ଅଧିନରେ ଥିବା କୁହ୍ଲି ଗ୍ରାମ ନିକଟ ବୈତରଣୀ ନଦୀର, ନଦୀବନ୍ଧ ୧୦ ଦିନ ପୂର୍ବେ କାର୍ଯ୍ୟ ହୋଇଥିଲା,ତାହା ଏବେ ପାଖାପାଖି ୧୦ଫୁଟ ନଦୀକୁ ଧସିଯାଇଛି। ପାଖାପାଖି ୪୦ ଫୁଟ ଲମ୍ବର ଏହି ପଥର ପ୍ଯାକିଂ ନଦୀକୁ ଧସିଯିବା ଫଳରେ ଭୟରେ କୁହ୍ଲି ଗ୍ରାମ ବାସୀ। ନିମ୍ନମାନର କାର୍ଯ୍ୟ ଯୋଗୁଁ ଏମିତି ହୋଇଥିବା ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେମଧ୍ୟ କିଛି ମତ ମିଳିପାରିନାହିଁ। ଆଜି ଦିନ ୩ ଘଟିକା ସମୟରେ ଦେଖିବାକୁ ମିଳିଛି ଦୃଶ୍ୟ।ଆସନ୍ତୁ କ'ଣ କହୁଛନ୍ତି ଗ୍ରାମ ବାସୀ।