ଝରୀଗାଁରେ ପୋଲିସ ପକ୍ଷରୁ ଏକତା ଦୌଡ ଏବଂ ବରିଷ୍ଠ ନାଗରିକଙ୍କୁ ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲ୍ଲା ଝରିଗାଁ ପୋଲିସ୍ ପକ୍ଷରୁ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଦିବସ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଝରିଗାଁ ଥାନା ଠାରୁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଏକତା ଦୌଡ଼ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଝରିଗାଁ ପୋଲିସ କର୍ମଚାରୀ ସହ ବିଭିନ୍ନ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ।ପରେ ଝରିଗାଁ ଥାନାରେ ଥାନା ଅଧିକାରୀ ପ୍ରଦୀପ କୁମାର ଶବରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।