"ରଥଯାତ୍ରା-୨୦୨୬ ପାଇଁ ସଜାଗ ରାଉରକେଲା ପୋଲିସ; ସୁରକ୍ଷା ଓ ପରିଚାଳନା ନେଇ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ"
ରାଉରକେଲା,(TRUTH POST FB NEWS):
ଆସନ୍ତା ରଥଯାତ୍ରା ଓ ବାହୁଡା ଯାତ୍ରା–୨୦୨୬କୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ରାଉରକେଲା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ରାଉରକେଲା ଏସ୍ପି ନିତେଶ ୱାଧୱାନୀଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ଦୀନା ଦସ୍ତଗିର, ପାନପୋଷ ଉପଜିଲ୍ଲାପାଳ, ଡିଏଫଓ, ରାଉରକେଲା ଓ ବଣାଇର ଅତିରିକ୍ତ ଏସ୍ପିଙ୍କ ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ବିଭିନ୍ନ ରଥଯାତ୍ରା କମିଟିର ସଦସ୍ୟ ଏବଂ ଇଣ୍ଟିଗ୍ରେସନ୍ ଫୋରମ୍ର ପ୍ରତିନିଧିମାନେ ଯୋଗଦେଇଥିଲେ।
ବୈଠକରେ ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଟ୍ରାଫିକ୍ ନିୟନ୍ତ୍ରଣ, ଜନସମାଗମ ପରିଚାଳନା, ଜରୁରୀକାଳୀନ ସହାୟତା ବ୍ୟବସ୍ଥା, ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ଅନ୍ୟାନ୍ୟ ଆବଶ୍ୟକ ଲଜିଷ୍ଟିକ୍ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ରାଉରକେଲା ପୋଲିସ ପକ୍ଷରୁ କୁହାଯାଇଛି ଯେ, ରଥଯାତ୍ରା ଓ ବାହୁଡା ଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଉଛି।
A coordination meeting was convened at the District Police Office, Raurkela, under the supervision of senior police officers, with the participation of officers from various Government departments, members of different Ratha Yatra Committees, and representatives of the Integration Forum.
The meeting focused on ensuring seamless inter-departmental coordination and comprehensive security arrangements for the safe, peaceful, and hassle-free celebration of Ratha Yatra & Bahuda Yatra–2026. Discussions covered traffic management, crowd regulation, emergency response, public safety measures, and other necessary arrangements to facilitate the smooth conduct of the festivities.
Raurkela Police remains committed to ensuring a safe, secure, and peaceful festival for all devotees.
##RaurkelaPolice ##RathaYatra2026 ##SafeFestival ##CommunityPolicing ##OdishaPolice
##MLADURGATANTY
Raurkela M, Sundargarh | Jul 14, 2026