*ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ରାଉରକେଲା ସେକ୍ଟର-୧୫ ଠାରେ ନିଶୁଳ୍କ ସ୍ବାସ୍ଥ୍ୟ ଯାଞ୍ଚ ଶିବିର*
ରାଉରକେଲା ୨୬/୭, ଆଜି ସେକ୍ଟର-୧୫ ଜାମା ମସଜିଦ ସମ୍ମୁଖସ୍ଥ ପଡିଆରେ ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ଉମିଦ୍ ଟ୍ରଷ୍ଟ ସହାୟତାରେ ଏକ ନିଶୁଳ୍କ ସ୍ବାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜିତ ହୋଇଯାଇଛି। ସକାଳ ୯ଟା ଠାରୁ ଆରମ୍ଭ ହୋଇଥିବା ଏହି ଶିବିରରେ ସ୍ଵାସ୍ଥ୍ୟ ପରୀକ୍ଷା, ଇସିଜି, ବ୍ଲଡ୍ ପ୍ରେସର୍, ବ୍ଲଡ୍ ସୁଗାର, ବିଏମ୍ଆଇ, ଉଚ୍ଚତା, ଓଜନ, ରକ୍ତରେ ଅମ୍ଳଜାନ ପରିମାଣ (ଅକ୍ସି ମିଟର) ସହିତ ଅଭିଜ୍ଞ ଭେଷଜ, ଅସ୍ଥିଶଲ୍ୟ, ସ୍ତ୍ରୀରୋଗ, ଦନ୍ତ ଚିକିତ୍ସା, କ୍ରିଟିକାଲ୍ କେୟାର ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ବାରା ୧୫୦ରୁ ଉର୍ଦ୍ଧ୍ବ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
ଏହି ସ୍ବାସ୍ଥ୍ୟ ଶିବିରରେ ଭେଷଜ ବିଶେଷଜ୍ଞ ଡାକ୍ତର ରୋଜା ନାୟକ, ସ୍ତ୍ରୀ-ରୋଗ ବିଶେଷଜ୍ଞ ଡାକ୍ତର ତାଶୀ କ୍ରୀଷ୍ଣା, ଦନ୍ତ ବିଶେଷଜ୍ଞ ଡାକ୍ତର ପୂଜା ପତି ଏବଂ କ୍ରିଟିକାଲ୍ କେୟାର ବିଶେଷଜ୍ଞ ଡାକ୍ତର ଚେତନ ରେଡ୍ଡି ଉପସ୍ଥିତ ରହି ଆସିଥିବା ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।
ରାଉରକେଲା ଆପୋଲୋ ହସ୍ପିଟାଲ୍ସର ଆଦିତ୍ୟ ତିଓ୍ବାରୀ, ଉଜ୍ଜ୍ୱଳ କୁମାର, ସାଲୋନୀ ନାୟକ, ଅସଫବ୍ ଆସିଫ୍ ସହଯୋଗ କରିଥିଲା ବେଳେ ବିଶେଷ ଅତିଥି ଭାବରେ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଜ୍ଞାନେନ୍ଦ୍ର ଦାସଙ୍କ ସମେତ ଉମିଦ୍ ଟ୍ରଷ୍ଟ ପକ୍ଷରୁ ସଭାପତି ଇସ୍ତେହାର ମୋହମ୍ମଦ, ସାଧାରଣ ସମ୍ପାଦକ ଜାଭେଦ ଅଖତର୍, ସମ୍ପାଦକ ସବୀର ଅନୱାର, ଖାତିବ୍, ମୀରାଜ୍, ଇମରାନ୍, ତଉହୀତ ପ୍ରମୁଖ ଏହି ସ୍ବାସ୍ଥ୍ୟ ଶିବିରରେ ସହଯୋଗ କରିଥିଲେ।
Raurkela M, Sundargarh | Jul 26, 2026