ଜୟପୁରରେ ରାବଣ ପୋଡ଼ି ସହ ଶେଷ ହେଲା ଦଶହରା
କୋରାପୁଟ ଜିଲ୍ଲା ଜୟପୁରରେ ରାବଣ ପୋଡ଼ି ଉତ୍ସବ ସହ ଚଳିତ ବର୍ଷର ଦଶହରା ପର୍ବ ଶେଷ ହୋଇଛି। ଏଥିରେ ରାଣୀ ସାରିକା ଦେବୀ ଓ ଜିଲ୍ଲା ଏସ୍ପିଙ୍କ ସମେତ ବିଧାୟକ, ପୌରପାଳିକା ଅଧ୍ୟକ୍ଷ, ଉପଜିଲ୍ଲାପାଳ, ତହସିଲଦାର ସବ୍ୟସାଚୀ ଜେନା, ଏସ୍ଡିପିଓ ଏବଂ ଟାଉନ୍ ଓ ସଦର ଥାନା ଅଧିକାରୀ ଯୋଗ ଦେଇଥିଲେ। ରାବଣ ପୋଡ଼ି ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା।
Jeypore, Koraput | Oct 21, 2026