ପବିତ୍ର ଶ୍ରୀରାମ ନବମୀ ଉତ୍ସବ ପାଇଁ ସାରା ଓଡିଶା ଉତ୍ସବ ମୁଖର ଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ହିନ୍ଦୁ ଏକତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି l ଏଥିପାଇଁ ସମଗ୍ର ସହରକୁ ଗୈରିକ ପତାକା ରେ ସୁସଜିତ କରାଯାଇଛିl ସମସ୍ତ ରାମପ୍ରେମୀ ହିନ୍ଦୁମାନେଆଜି ଦିନ 10ଟାରୁ ରାଜନଗର ଦାଣ୍ଡି ହନୁମାନ ମନ୍ଦିର ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପଟ୍ଟାମୁଣ୍ଡାଇର ସହର ପରିକ୍ରମା କରି ବାଲିପଡ଼ା ହନୁମାନ ମନ୍ଦିରରେ ପହଞ୍ଚିଥିଲେ l ଶ୍ରୀରାମ ସେନାର ସଂଯୋଜକ ସାରଦା ପ୍ରସାଦ ରାଉତଙ୍କ ପୌରୋହିତ୍ୟରେ ହଜାର ହଜାର ହିନ୍ଦୁ ଶ୍ରୀରାମ ଧ୍ୱନିରେ ଅଂଚଳକୁ ପ୍ରକମ୍ପିତକଲେ l