ସମ୍ବଲପୁର ମ୍ୟୁନିସିପାଲଟି: ସାମ୍ବାଦିକ ଭବନ ଠାରେ ପଶ୍ଚିମ ଓଡ଼ିଶା ବ୍ରାହ୍ମଣ ସମାଜ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ଆଜି ସମ୍ବଲପୂର ସାମ୍ବାଦିକ ଭବନଠାରେ ପଶ୍ଚିମ ଓଡ଼ିଶା ବ୍ରାହ୍ମଣ ସମାଜ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟତଃ ଆଗାମୀ ଏପ୍ରିଲ ୩୦ ତାରିଖ ଦିନ ହେବାକୁ ଥିବା ଭବ୍ୟ ଭଗବାନ ପର୍ସୁରାମଙ୍କ ଜନ୍ମୋତ୍ସବ ପାଳନକୁ ନେଇ ମୁଖ୍ୟତଃ ଆଲୋଚନା କରାଯାଇଥିଲା। ଏଥିରେ ପଶ୍ଚିମ ଓଡ଼ିଶା ବ୍ରାହ୍ମଣ ସମାଜ ସମ୍ବଲପୂର ପକ୍ଷରୁ ମୁଖ୍ୟ ସଂଯୋଜକ ବେଣୁଧର ଦାଶଙ୍କ ସମେତ ଅନ୍ୟ ସବୁ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ।