ଛତ୍ରପୁର: ଚିକିଟି ପେଣ୍ଠ ଠାରେ ଆୟୋଜିତ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା, ଯୋଗଦେଲେ ବ୍ରହ୍ମପୁର ମେୟର
ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଚିକିଟି ବିଧାୟିକା ଉଷା ଦେବୀ ଙ୍କ ନେତୃତ୍ୱରେ ଚିକିଟି ପେଣ୍ଠ ଠାରେ ଆୟୋଜିତ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରବିବାର ମଧ୍ୟାହ୍ନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଯୋଗ ଦେଇ ବିଜୁ ଜନତା ଦଳର ନୀତି ଆଦର୍ଶ ସଂପର୍କରେ ଆଲୋଚନା କରିଥିଲେ।