ଜଗତସିଂହପୁର: ଜଗତସିଂହପୁରରେ ପାଳିତ ହେଲା ରାଷ୍ଟ୍ରୀୟ ଏକତା ଦିବସ, ପୋଲିସ କର୍ମୀଙ୍କୁ ଶପଥ ପାଠ
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଜଗତସିଂହପୁର ପୋଲିସ ଅଧିକ୍ଷକଙ୍କ ନେତୃତ୍ୱରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଏକତା ଶପଥ ନେଇଛନ୍ତି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଦେଶର ଅଖଣ୍ଡତା ବଜାୟ ରଖିବା ପାଇଁ ସାମୂହିକ ପ୍ରତିବଦ୍ଧତା ପ୍ରକାଶ ପାଇଛି।