ରାଜନଗର: ଡେରାବିଶ: ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ ର ପୂର୍ବତନ ସମିତିସଭ୍ୟ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଧାୟକ ଧ୍ରୁବ ସାହୁ
ପୂର୍ବତନ ସମିତିସଭ୍ୟ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଧାୟକ ଧ୍ରୁବ ସାହୁ.ସୂଚନା ଯୋଗ୍ୟ ବଡ଼ପଡା ପଂଚାୟତର ପୂର୍ବତନ ସମିତିସଭ୍ୟ ତଥା ବିଜେଡିନେତା କଲ୍ୟାଣ କୁମାର ସ୍ୱାଇଁ ଙ୍କର ହୃଦଘାତ ଯୋଗୁ ଆକସ୍ମିକ ବିୟୋଗ ଘଟିଥିଲା । ଯେଉଁଥିରେ ତାଙ୍କ ପରିବାର ସହ ସମଗ୍ର ପଂଚାୟତ ରେ ଶୋକର ଛାୟା ଖେଳି ଯାଇଥିଲା । ତାଙ୍କ ବିୟୋଗ ରେ ବିଜେଡି ଜଣେ ଯୁବ ନେତାଙ୍କୁ ହରାଇଥିଲା. ଆଜି ତାଙ୍କର ଦ୍ୱାଦଶହଃ ଅବସରରେ ମଧ୍ୟାହ୍ନ ରେ ତାଙ୍କ ପୋଖରୀଆପଡା ସ୍ଥିତ ବାସଭବନରେ ପହଂଚି ସ୍ବର୍ଗତ କଲ୍ୟାଣ ସ୍ୱାଇଁ ଙ୍କ ତୈଳ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ବିଧାୟକ ଧ୍ରୁବ ସାହୁ ।