ନୂଆପଡା: ଖଡ଼ିଆଳ ବ୍ଲକ ଅଞ୍ଚଳରେ ବାହୁଡା ଯାତ୍ରା ସମ୍ପନ୍ନ; ପ୍ରତିକ୍ରିୟା ରଖିଲେ ଭକ୍ତ ବିଜୟ କୁମାର ବଘେଲ
ବୋଡ଼େନ ବ୍ଲକ ଅଞ୍ଚଳରେ ଆଜି ୭ ଟା ଯାଏଁ ହର୍ଷ ଉଲ୍ଲାସର ସହିତ ବାହୁଡା ଯାତ୍ରା ସମ୍ପନ୍ନ ହୋଇଛି। ବ୍ଲକର ବୋଡ଼େନ, ପାତାଳଗଙ୍ଗା, ଡମଝର, ପଲସଦା ସହ ଅନ୍ୟାନ୍ୟ ଥିବା ମାଉସୀ ମନ୍ଦିରରେ ନୀତିକାନ୍ତି ସହିତ ପୂଜାର୍ଚ୍ଚନା କଲା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ କରାଯାଇଥିଲା। ପରେ ଜଗନ୍ନାଥ ମନ୍ଦିର ଅଭିମୁଖେ ରଥ ଟଣା ଯାଇଥିଲା। ପଲସଦା ଠାରେ ପ୍ରତିକ୍ରିୟା ରଖିଛନ୍ତି ଭକ୍ତ ବିଜୟ କୁମାର ବଘେଲ।