ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ଦୁର୍ନୀତି ନିବାରଣ ସପ୍ତାହ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନାଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଦୁର୍ନୀତି ନିବାରଣ ସପ୍ତାହ ଜରିଆରେ ପ୍ରଶାସନ ଅଧିକାରୀ ମାନେ ଲୋକଙ୍କୁ ଉଚିତ ସେବା ଯୋଗାଇଦେବେ ସମୟରେ ଦୁର୍ନୀତିକୁ ଛାଡ଼ି ସ୍ବଛତା ଆପଣେଇବା ଅତ୍ୟନ୍ତ ଜରୁରୀ ତେଣୁ ସମସ୍ତ କର୍ମଚାରୀ ମାନେ ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟ ରହିବାକୁ ଶପଥ ନେଇଥିଲେ l