ବୌଦ୍ଧ ଗାୟତ୍ରୀ ପରିବାର ତରଫରୁ ମହିଳା ଜାଗରଣ ସମ୍ମିଳନୀ
-ଅଖିଳ ବିଶ୍ଵ ଗାୟତ୍ରୀ ପରିବାର,ବୌଦ୍ଧ ତରଫରୁ ଶାନ୍ତିକୁଞ୍ଜ ହରିଦ୍ୱାରର ମାର୍ଗ ଦର୍ଶନରେ ଜିଲ୍ଲାସ୍ତରୀୟ ମହିଳା ଜାଗରଣ ସମ୍ମିଳନୀ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମାତାଜୀ ଭଗବତୀ ଦେବୀ ଶର୍ମା ଙ୍କ ଜନ୍ମ ଶତବାର୍ଷିକ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ମହିଳା ପ୍ରଭାରୀ ଉର୍ମିଳା ମିଶ୍ର ଯୋଗଦେଇ ମହିଳା ମାନେ କିପରି ସବୁ କ୍ଷେତ୍ର ରେ ପ୍ରଗତି କରୁଛନ୍ତି ଏଵଂ ଆଗକୁ କଣ ସବୁ ଆହ୍ୱାନ ରହିଛି ଓ ଆଧ୍ୟାତ୍ମିକତା ଦ୍ୱାରା କିପରି ସବୁ ସମସ୍ୟା ସମାଧାନ ହେବ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଗାୟତ୍ରୀ ଶକ୍ତି ପୀଠ ର ମୁଖ୍ୟ ଟ୍ରଷ୍ଟି ଅଧ୍ୟାପକ ଡ଼ଃ ପ୍ରବୀର କୁମାର ଦାସ ପ୍ରଥମେ ସମସ୍ତ ଙ୍କୁ ସ୍ଵାଗତ କରିବା ସହ ସମ୍ମିଳନୀ ର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବରେ ସ୍ଥପତି ସୁମନ ଷଢ଼ଙ୍ଗୀ ଓ ସରକାରଙ୍କ ସଖୀ କେନ୍ଦ୍ର ର ମୁଖ୍ୟ ସ।ନୁଜ ପ୍ରଧାନ ଯୋଗଦେଇ ନାରୀ ମାନଙ୍କ ସୁରକ୍ଷା କିପରି ନିଜେ କରି ସମାଜ ଉନ୍ନତି କରିବେ ସେ ଉପରେ ଗୁରୁତ୍ୱ ଦେଇଥିଲେ । ସମ୍ମାନୀତ ବକ୍ତା ଭାବେ ଅନୁଗୁଳ ଜିଲ୍ଲାର ବରିଷ୍ଠ ମହିଳା ସଦସ୍ୟା ସଂଘମିତ୍ରା ସାହୁ ନାରୀ ମାନଙ୍କୁ ସ୍ୱାବଲମ୍ବୀ ହୋଇ ସବୁ ସମସ୍ୟା ର ସମାଧାନ କିପରି କରିବେ ସେ ଉପରେ ମାର୍ଗଦର୍ଶନ କରିଥିଲେ । ଏହି ଅବସରରେ ସାମାଜିକ ସେବାକାର୍ଯ୍ୟରେ ଲିପ୍ତ ଥିବା ମହିଳା, ଦିପ୍ତିରାଣୀ ଷଢ଼ଙ୍ଗୀ, ଅନୀମା ପଟ୍ଟନାୟକ, ସରିତା ମେହେର, ପ୍ରେମଲତା ଅଗ୍ରୱାଲ,ଝରଣା ପାତ୍ର, ଗୀତାଞ୍ଜଳି ମେହେର, ରୁକ୍ମିଣୀ ରାଜୁ, ଗୀତାଞ୍ଜଳି ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା । ବରିଷ୍ଠ ସଦସ୍ୟା ଗୀତାଞ୍ଜଳି ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସମ୍ମିଳନୀ ରେ ମଞ୍ଚ ପରିଚାଳନା କରିଥିଲେ ରୁକ୍ମିଣୀ ରାଜୁ । ଗାୟତ୍ରୀ ପରିବାର ଦ୍ୱାରା ଚାଲୁଥିବା ସମସ୍ତ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ ଗୀତାଞ୍ଜଳି ମେହେର ଓ ଧନ୍ୟବାଦ ଅର୍ପଣ କରିଥିଲେ ଗୀତାଞ୍ଜଳି ପ୍ରଧାନ। ବରିଷ୍ଠ ସଦସ୍ୟ ପ୍ରମୋଦ ଚାନ୍ଦ ସମସ୍ତଙ୍କୁ ସମାଜନିଷ୍ଠ, ସଂସ୍କାରିତ ଓ ଦେଶପ୍ରେମୀ ହୋଇ ରହିବାକୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଶୁଭେନ୍ଦ୍ର ମହାକୁଡ଼, ପ୍ୟାରୀ ଶତପଥୀ, ଲକ୍ଷ୍ମୀଧର ବେହେରା, ନିରଞ୍ଜନ ସଠୁଆ, ପରମାନନ୍ଦ ମହାକୁଡ଼, ନାରାୟଣ ନାୟକ ପ୍ରମୁଖ ବହୁ ସହଯୋଗ କରିଥିଲେ
#Boudh #GayatriPariwar #MahilaJagaran #WomenEmpowerment #SocialService #OdishaNews #Boudhnews