#ରାଉରକେଲା ଆପୋଲୋ ହସ୍ପିଟାଲ୍ସରେ କଠିନରୁ କଠିନ ଅର୍ଥୋପେଡିକ୍ ଓ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀ ଚିକିତ୍ସା ଉନ୍ନତମାନର ହୋଇପାରୁଛି
ରାଉରକେଲା ୪/୯, ଆପୋଲୋ ହସ୍ପିଟାଲ୍ସରେ ଅର୍ଥୋପେଡିକ୍ ଏବଂ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀ ଚିକିତ୍ସା ଉନ୍ନତ ମାନର ହୋଇପାରୁଥିବା ବେଳେ ଏହା ବିଶ୍ଵସ୍ତରୀୟ ବୋଲି ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି ଆପୋଲୋ ହସ୍ପିଟାଲ୍ସର ଅର୍ଥୋପେଡିକ୍ ଏବଂ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀ ଚିକିତ୍ସକ ଡାକ୍ତର ଅବିନାଶ ଚୌଧୁରୀ ।
ରାଉରକେଲା ଆପୋଲୋ ହସ୍ପିଟାଲ୍ସର ଅର୍ଥୋପେଡିକ୍ ଏବଂ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀ ବିଭାଗର ଡାକ୍ତର ଅବିନାଶ ଚୌଧୁରୀ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆପୋଲୋ ହସ୍ପିଟାଲ୍ସର ଅର୍ଥୋପେଡିକ୍ ଏବଂ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀ ବିଭାଗ ଦ୍ଵାରା ଆଣ୍ଠୁର ଯେକୌଣସି ସମସ୍ୟା ଦୂର କରାଯାଇପାରୁଛି। ସେଥିରେ ଆଣ୍ଠୁର ସ୍ପାଇନ୍ ଇଞ୍ଜୁରୀ ହେଉ ଅଥବା ସ୍ପୋର୍ଟସ ଇଞ୍ଜୁରୀ କିମ୍ବା ଲିଗମେଣ୍ଡ ଇଞ୍ଜୁରୀ କିମ୍ବା ପଲିଟ୍ରମା ଇଞ୍ଜୁରୀ କିମ୍ବା କମ୍ପ୍ଲେକ୍ସ ଇଞ୍ଜୁରୀ ହେଉ କିମ୍ବା ପଲିବିକ୍ ଏସିଟ୍ରବୁଲ୍ ସର୍ଜରୀ ଅର୍ଥୋପେଡିକ୍ ସହିତ ଜଡିତ ସମସ୍ତ ସମସ୍ୟାକୁ ରାଉରକେଲା ଆପୋଲୋ ହସ୍ପିଟାଲ୍ସରେ ଦୂର କରାଯାଇପାରୁଛି।
ଅର୍ଥୋପେଡିକ୍ ସହିତ ଜଡିତ ସମସ୍ତ ସମସ୍ୟାକୁ ଏଠାରେ ଦୂର କରାଯାଇ ପାରୁଥିବା ବେଳେ ଲେଟେଷ୍ଟ ଟେକ୍ନୋଲୋଜି ଦ୍ଵାରା ସମସ୍ତ ସମସ୍ୟାର ସମାଧାନ କରାଯାଇପାରୁଛି। ରାଉରକେଲା ଆପୋଲୋ ହସ୍ପିଟାଲ୍ସରେ ଅର୍ଥୋପେଡିକ୍ ଏବଂ ଜଏଣ୍ଟ ରିପ୍ଲେସମେଣ୍ଟ ବିଭାଗରେ ୪ଟି ଅପରେସନ୍ ଥିଏଟର ରହିଥିବା ବେଳେ ଆବ୍ରୋସ୍କୋପି ଦ୍ବାରା ସମସ୍ତ ସମସ୍ୟାର ସମାଧାନ କରାଯାଇପାରୁଛି। ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀ ଅତ୍ୟାଧୁନିକ ପଦ୍ଧତିରେ ଅପରେସନ କୌଣସି ରକ୍ତ କ୍ଷୟ ନହୋଇ ହୋଇପାରୁଥିବା ବେଳେ, ତା'ପରଦିନ ରୋଗୀକୁ ଚଲାଇବା, ଶିଡିରେ ଚଢାଇବା ଓହ୍ଲାଇବା ସହିତ ଉନ୍ନତ ମାନର ଚିକିତ୍ସା କରାଯାଇ ପାରୁଛି ବୋଲି କହିଛନ୍ତି ହସ୍ପିଟାଲ୍ସର ଡକ୍ଟର ଅବିନାଶ ଚୌଧୁରୀ ।
ରାଉରକେଲା ଆପୋଲୋ ହସ୍ପିଟାଲ୍ସରେ ସରକାରଙ୍କ ଆୟୁଷ୍ମାନ କାର୍ଡ ଦ୍ବାରା ଚିକିତ୍ସା ହୋଇପାରୁଥିବା ବେଳେ ଓଡିଶା ସମେତ ଆଖପାଖ ରାଜ୍ୟ ଝାଡଖଣ୍ଡର ଆୟୁଷ୍ମାନ କାର୍ଡରେ ଚିକିତ୍ସା ମଧ୍ୟ ହୋଇପାରୁଛି। ରାଉରକେଲା ଆପୋଲୋ ହସ୍ପିଟାଲ୍ସରେ ୪ଟି ଆଇସିୟୁ ରହିଥିବା ବେଳେ ଏଠାରେ କଠିନରୁ କଠିନ ଅର୍ଥୋପେଡିକ୍ ଏବଂ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀ ଚିକିତ୍ସା ଉନ୍ନତ ମାନର ହୋଇପାରୁଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଡକ୍ଟର ଅବିନାଶ ଚୌଧୁରୀ ।