ବାରିପଦା ମ୍ୟୁନିସିପାଲଟି: ୨ୟ ଶ୍ରୀକ୍ଷେତ୍ର ବାରିପଦାର ରାଧାମୋହନ ମନ୍ଦିର ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅନୁଷ୍ଠିତ, ହଜାର ହଜାର ଭକ୍ତଙ୍କ ଭିଡ
୨ୟ ଶ୍ରୀକ୍ଷେତ୍ର ବାରିପଦାରେ ଆଡ଼ପ ମଣ୍ଡପରେ ଆଜି ଅର୍ଥାତ ଶନିବାର ସକାଳ ପ୍ରାୟ ୧୦.୩୦ଟାରେ ସୁନାବେଶ ବା ଦ୍ବାରିକା ବେଶ ଧାରଣ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। କଥିତ ଅଛି ଆଜିର ଦିନରେ ଆଡ଼ପ ମଣ୍ଡପରେ ପ୍ରଭୁମାନଙ୍କ ସୁନାବେଶ ଦର୍ଶନ କଲେ ବହୁତ ପୁଣ୍ୟ ଫଳ ମିଳିଥାଏ। ତେଣୁ ବାରିପଦା ର ଗୁଣ୍ଡିଚା ଘର ଭାବେ ପରିଚିତ ରାଧାମୋହନ ମନ୍ଦିର ରେ ଜୀଉ ମାନଙ୍କର ଏହି ଅପୂର୍ବ ବେଶ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ ଜମିଛି।