SMS News Bureau Rourkela
ସିଟି ସ୍ତରୀୟ ଖେଲୋ ଇଣ୍ଡିଆ ମହିଳା ଅସ୍ମିତା ସାଇକେଲିଂ ଲିଗ୍ ଅନୁଷ୍ଠିତ।
ବିଶ୍ବ ବାଇସାଇକେଲ ଦିବସ ପାଳନ ପରିପ୍ରେକ୍ଷୀରେ ଖେଲୋ ଇଣ୍ଡିଆ ଅନ୍ତର୍ଗତ ସିଟି ସ୍ତରୀୟ ମହିଳା ଅସ୍ମିତା ସାଇକେଲିଂ ଲିଗ୍ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ସଂଗଠନର ମହିଳା ସଦସ୍ୟଙ୍କ ସହ ସ୍କୁଲ ଓ କଲେଜର ଯୁବତୀମାନେ ଅଂଶଗ୍ରହଣ କରିଥିଲେ। ଭାରତ ସରକାରଙ୍କ ଯୁବ ଓ ସ୍ପୋର୍ଟସ ମନ୍ତ୍ରଣାଳୟ, ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ, ଫିଟ୍ ଇଣ୍ଡିଆ, ସିଏଫ୍ଆଇ ଏବଂ ଓଡିଶା ସାଇକେଲିଂ ଆସୋସିଏସନର ମିଳିତ ସହଯୋଗରେ ଆୟୋଜିତ ଅସ୍ମିତା ସାଇକେଲିଂ ଲିଗରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ସାଇକେଲ ଶୋଭାଯାତ୍ରା ସେକ୍ଟର - 13 ମେଳଣ ପଡିଆରୁ ବାହାରି ସେକ୍ଟର 7/17 ଛକ ହୋଇ ପୁଣି 13 ନମ୍ବର ପଡିଆକୁ ପ୍ରତ୍ୟାବର୍ତନ କରିଥିଲା l ମୁଖ୍ୟ ଅତିଥି ଭାବେ ପୋଲିସ ଇନିସ୍ପେକ୍ଟର କ୍ଷିତୀଶ ଚନ୍ଦ୍ର ପାତ୍ର, ସୁନ୍ଦରଗଡ଼ ଡ଼ିଏଏ ର ଉପ ସଭାପତି ରାଧା ମୋହନ ନାୟକ ଓ ଓଡିଶା ସାଇକିଲିଂ ଆସୋସିଏସନ ର ଯୁଗ୍ମ ସମ୍ପାଦକ ଗୋପୀନାଥ ପଣ୍ଡା ମିଳିତ ଭାବେ ସବୁଜ ପତାକା ଦେଖାଇ ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ l
ଆୟୋଜିତ କାର୍ଯ୍ୟକ୍ରମ ରେ ଡିଏଏ ର ବରିଷ୍ଠ ସଦସ୍ୟ ଆରବିନ୍ଦ ପାତ୍ର, ବିବୁଦତ୍ତ ବେହେରା, ଇସ୍ପାତ କଲେଜ ର ପିଇଟି ଅଧ୍ୟାପକ ସୁବ୍ରତ ଭଞ୍ଜ, ଉଦିତ ନଗର ହାଇସ୍କୁଲ ର ପିଇଟି ଶିକ୍ଷକ ଆଶିଷ ପ୍ରଧାନ, ଆରଇସି ହାଇସ୍କୁଲ ର ପିଇଟି ଶିକ୍ଷକ ଅଜୟ କୁମାର ରାଉତ, ୱାଇଏମଏଫଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ l ଅତିଥି ମାନେ କ୍ରୀଡା ଓ ସାଇକେଲ ଚାଳନା ସମ୍ପର୍କ ରେ ଆଲୋକପାତ କରିବା ସହ ସାଇକେଲ ଚାଳନା ଦ୍ୱାରା ଆମେ ସ୍ୱାସ୍ଥ୍ୟବାନ ରହିପାରିବା ବୋଲି କହିଥିଲେ l ଗୋପୀନାଥ ପଣ୍ଡା ଙ୍କ ତତ୍ୱାବଧାନ ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଆରତୀ ଚୌଧୁରୀ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ l ଏଥିରେ ସାଇକ୍ଲୀଷ୍ଟ ରଶ୍ମିତା କର, ବର୍ଷା ବାନେର୍ଜୀ, ପ୍ରମୋଦ କୁମାର ବେହେରା, ରିୟା କୁମାରୀ, ଶିବାନୀ, ସୁରେନ ପାଲ, ସଚି ପଣ୍ଡା, ଗୀତା ବାନାର୍ଜୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l