#ଜୟପୁର_ବ୍ଳକ୍_ଏକମ୍ବାରେ_ଜନ_ଅସନ୍ତୋଷ
ଏକମ୍ବାରେ ସ୍ମଶାନକୁ ନାହିଁ ରାସ୍ତା, ବଢୁଛି ଜନ ଅସନ୍ତୋଷ। ଜୟପୁର ସହରଠାରୁ ମାତ୍ର ୭ କିଲୋମିଟର ଦୂର ଏକମ୍ବା ପଞ୍ଚାୟତ ମୁଖ୍ୟାଳୟରେ ସ୍ମଶାନକୁ ଯିବା ପାଇଁ ରାସ୍ତା ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଜନ ଅସନ୍ତୋଷ ବଢୁଛି। ଶବଦାହ ପାଇଁ ମୃତଦେହ ନେବା ସମୟରେ ଗ୍ରାମବାସୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଗ୍ରାମର ମୌଳିକ ସମସ୍ୟା ପ୍ରତି ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସ୍ମଶାନକୁ ଯାତାୟାତ ପାଇଁ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।