ଅନୁଗୋଳ: ଯାମ୍ବୁବାହାଳି ଗ୍ରାମ ନିକଟରେ ବିଦେଶୀ ମଦ କାରବାର କରୁଥିବା ଅଭିଯୋଗରେ ତିନି ଗିରଫ
Anugul, Angul | Jul 6, 2025 ଅନୁଗୋଳ ଜିଲ୍ଲା ଗୋପାଳ ପ୍ରସାଦ ପୋଲିସ ପକ୍ଷରୁ ରବିବାର ଦିନ ସାଢେ଼ ଦୁଇଟା ବେଳେ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଲେ କି ଯାମ୍ବୁବାହାଳି ଗ୍ରାମ ନିକଟରେ କିଛି ବ୍ୟକ୍ତି ଏକ ଅଟୋ ରୁ ବିଦେଶୀ ମଦ ଅଲୋଡ କରୁଛନ୍ତି। ତେଣୁ ପୋଲିସ ଚଢାଉ ବେଳେ ବିଭିନ୍ନ ପ୍ରକାରର ବିଦେଶୀ ମଦ ୧୨୦ ଲିଟରରୁ ଉର୍ଦ୍ଧ୍ବ ଜବତ ହୋଇଥିଲା। ବେଆଇନ୍ ବିଦେଶୀ ମଦ କାରବାର ରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି।