ବିଦ୍ୟୁତ ବିଭାଗ ର ଅବହେଳା ପାଇଁ ବିଦ୍ୟୁତ ତାର ଛିଣ୍ଡି ଜଳିଗଲା ୫ଜଣ ଚାଷୀ ଙ୍କର ବର୍ଷକର ଅମଳ ଧାନ l ରେମୁଣା ବ୍ଲକ ତାଳପଦା ଗ୍ରାମର ପାଞ୍ଚ ଜଣ ଚାଷୀ ଙ୍କ ବର୍ଷକ ର ଅମଳ ଧାନ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ୨୦ ପଣ ରୁ ଅଧିକ କଳେଇ ପୋଡ଼ି ଯାଇଛି। ଉପରେ ଥିବା ଟାଟା ପାୱାର ର ୧୧ କେଭି ବିଦ୍ୟୁତ ତାର ଛିଡ଼ି ବାଡ଼ି ରେ ଥିବା ଧାନ କଲେଇ ପୋଡି ପାଉଁଶ ହୋଇଯାଇଛି l ଖବର ପାଇ ଆଜି ଘଟଣା ସ୍ଥଳରେ ବାହାନଗା ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିଲେ। ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ନେଇ ସ୍ଥାନୀୟ ସରପଞ୍ଚ ପ୍ରକାଶ କରିଛନ୍ତି l