ବୌଦ୍ଧ ଥାନା ପକ୍ଷରୁ ଚଢ଼ଉ: ବେଆଇନ୍ ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ, ଜଣେ ଗିରଫ
ଆଗାମୀ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ବୌଦ୍ଧ ପୋଲିସ୍ ର କଡ଼ାନଜର। ବେଆଇନ୍ ଭାବରେ ବାଣ ପ୍ରସ୍ତୁତି ଓ ବିକ୍ରି ବିରୋଧରେ ଚଢ଼ଉ କରି ବୌଦ୍ଧ ଥାନା ପୋଲିସ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି।
ସୁଚନା ଅନୁଯାୟୀ
ଗତ କାଲି ସନ୍ଧ୍ୟା ସମୟରେ କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧ ଏସପି କୁଲଦୀପ ମୀନା ଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଥାନା ଏସ.ଆଇ. ବି.ଏମ୍. ଲୋଇ ଏବଂ ତାଙ୍କ ପୋଲିସ ଟିମ୍ ସନ୍ଧ୍ୟାକାଳୀନ ପାଟ୍ରୋଲିଂ ଓ ବେଆଇନ୍ ବାଣ ବିକ୍ରି ବିରୋଧୀ ଚଢ଼ଉରେ ଥିଲେ। ଏହି ସମୟରେ ବୌଦ୍ଧ ସହର କେଉଁଟ ସାହି ର କାଳିଆ ବାରିକ (୫୮)ଙ୍କ ବେଆଇନ୍ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇ ପୋଲିସ ତାଙ୍କୁ କାବୁ କରିଥିଲା।
ତନଖି ସମୟରେ ତାଙ୍କ ପାଖରୁ ବିପୁଳ ପରିମାଣର ପ୍ରସ୍ତୁତ ବାଣ ସହିତ ବିସ୍ଫୋରକ ସାମଗ୍ରୀ ଯଥା କଳାବାରୁଦ (Black Gunpowder),ପାଇପ୍, କାଠଗୁଣ୍ଡ (Wooden Dust),ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।
ଏ ନେଇ ବୌଦ୍ଧ ଥାନା କେସ୍ ନଂ ୪୮୨/୨୬ ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଆଇନଗତ କାର୍ଷାନୁଷ୍ଠାନ ଗ୍ରହଣ କରାଯାଉଛି। ବେଆଇନ୍ ବାଣ କାରବାର ବିରୋଧରେ ପୋଲିସର ଏପରି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି।
#BoudhPolice #OdishaPolice #BoudhNews #CrimeNews #IllegalFireworks #ActionTaken #BoudhTown
Baudh Sadar, Boudh (Bauda) | Oct 23, 2026