ମାଲକାନଗିରି: ଜିଲ୍ଲା ସୀମାନ୍ତ ମାଲେପାଲି ଜଙ୍ଗଲରେ ଯବାନଙ୍କ ତଲାସି ଅଭିଯାନ ବେଳେ ଦୁଇ ମହିଳା ନକ୍ସଲ ସମେତ ଛଅ ଜଣ ମାଓବାଦୀ ଗିରଫ
ମାଲକାନଗିରି ଜିଲ୍ଲା ସୀମାନ୍ତ ମାଲେପାଲି ଜଙ୍ଗଲରେ ଡିଆରଜି ଏବଂ କୋବ୍ରା ଯବାନଙ୍କ ମିଳିତ ତଲାସି ଅଭିଯାନ ବେଳେ ଦୁଇ ମହିଳା ନକ୍ସଲ ସମେତ ଛଅ ଜଣ ସକ୍ରିୟ ମାଓବାଦୀ ଗିରଫ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୁଣ୍ଡରେ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା ଥିଲା। ଗିରଫ ମାଓବାଦୀଙ୍କ ନିକଟରୁ ଟିଫିନ୍ ବୋମା, ଡେଟୋନେଟର, କର୍ଡେକ୍ସ ତାର, ବିଦ୍ୟୁତ୍ ଫ୍ୟୁଜ୍ ତାର, ମାଟି ଖୋଳିବା ଉପକରଣ ଏବଂ ମାଓ ସହିଦ ସପ୍ତାହ ସହିତ ଜଡିତ ପ୍ରଚାର ସାମଗ୍ରୀ ମଧ୍ୟ ଜବତ କରାଯାଇଛି।