ବୌଦ୍ଧ ଜିଲ୍ଲାର ବିଭିନ୍ନ ପୁରପଲ୍ଲୀରେ ଧୂମଧାମରେ ପାଲିତ ହେଲା ସନ୍ତାନର ଦୀର୍ଘାୟୁ କାମନା ଓଷା "ପୁଅ ଜିଉନ୍ତିଆ"
ମା'ର ସ୍ନେହ, ଶ୍ରଦ୍ଧା ଓ ନିଷ୍ଠାର ପ୍ରତୀକ 'ପୁଅ ଜିଉନ୍ତିଆ' ଓଷା ବୌଦ୍ଧ ଜିଲ୍ଲାର ଗାଁଠୁ ସହର ସବୁଠି ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ପାଲିତ ହୋଇଯାଇଛି।
ପୁଅର ଦୀର୍ଘାୟୁ, ନିରାମୟ ଜୀବନ ଓ ସୁଖ-ସମୃଦ୍ଧି କାମନା କରି ମା'ମାନେ ନିର୍ଜଳା ଉପବାସ ରଖି ପ୍ରଭୁ ଜିଉନ୍ତିଆ ବାବା (ଦୂତୀବାହନ)ଙ୍କ ପୂଜାର୍ଚ୍ଚନା କରିଛନ୍ତି। ସନ୍ଧ୍ୟାରେ ପୂଜାମଣ୍ଡପ ଓ ଘରେ ଘରେ ଶ୍ରଦ୍ଧାଳୁ ମା'ମାନେ ଏକାଠି ହୋଇ ବ୍ରତ କଥା ଶ୍ରବଣ କରିବା ସହ ନିଜ ପୁଅଙ୍କ ମଙ୍ଗଳ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି।
ସମଗ୍ର ବୌଦ୍ଧ ଜିଲ୍ଲାରେ ଆଜି ଏକ ପବିତ୍ର ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।
ଜିଉନ୍ତିଆ ବାବା ସମସ୍ତ ପୁଅମାନଙ୍କୁ ଦୀର୍ଘାୟୁ ଓ ସୁସ୍ଥ ରଖନ୍ତୁ, ଏହାହିଁ ପ୍ରାର୍ଥନା!
#PuaJiuntia #Boudh #OdiaFestival #CultureOfOdisha #MothersLove #BoudhNews #TraditionalWear