ପାରଳାଖେମୁଣ୍ଡି: ରାଜ୍ୟ ଚାମ୍ପିୟନ୍ ଗଜପତି ବ୍ୟାଡମିଣ୍ଟନ ଦଳ, ଜାତୀୟ ସ୍ତରକୁ ବାଛିଲେ ଖେଳାଳି
ବଲାଙ୍ଗୀରରେ ଅନୁଷ୍ଠିତ ୭୦ତମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ରେ ଗଜପତି ଜିଲ୍ଲାର ୧୪ ବର୍ଷରୁ କମ୍ ବାଳକ ଦଳ ଚାମ୍ପିୟନ୍ ହୋଇଛନ୍ତି। ଏହି ବିଜୟୀ ଦଳ ଆଗାମୀ ନଭେମ୍ବର ୨୪ରୁ ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।