ଅତାବିରାରେ ବାଜିମାତ୍ କଲା ABVP
ବରଗଡ ଜିଲ୍ଲାର ଅତାବିରା ଓ ଲରମ୍ଭା କଲେଜରେ ନିଜ ସଂଗଠନ ଓ ଶକ୍ତି ଦେଖାଇଛି ଏବିଭିପି । ଆଉ ଏ ସବୁଥିର ଶ୍ରେୟ ଅତାବିରା ବିଧାୟକ ନିହାର ମହାନନ୍ଦ ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି। ଗତକାଲି ସାରା ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା ଓ ଫଳାଫଳ ମଧ୍ୟ ସାମ୍ନା କୁ ଆସିଥିଲା । କିନ୍ତୁ ବରଗଡ ଜିଲ୍ଲାରେ ଥିବା ନାଁ କରା କଲେଜ୍ ଗୁଡିକରେ BCJD ର ସଭାପତି ପ୍ରାର୍ଥୀ ମାନେ ବିଜୟୀ ହୋଇଥିବା ବେଳେ କେବଳ ଅତାବିରା ନିର୍ବାଚନ ମଣ୍ଡଳୀର ଅତାବିରା କଲେଜ୍, ଲରମ୍ଭା କଲେଜ୍ ରେ ନିର୍ବାଚନ ଲଢ଼ି ବିରାଟ ବିଜୟୀ ହୋଇଛି ଏବିଭିପି । ଖାଲି ଏତିକି ନୁହେଁ ଚିଚିଣ୍ଡା କଲେଜ୍ ଓ ରେମଣ୍ଡା କଲେଜ୍ ରେ ମଧ୍ୟ ଏବିଭିପିର ପ୍ରାର୍ଥୀ ମାନେ UNCONTEST ରେ ବିଜୟ ଲାଭ କରିଛନ୍ତି । ତେବେ ବିଜୟ ଲାଭ ପରେ ଅତାବିରା ବିଧାୟକ ନିହାର ମହାନନ୍ଦ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତେ ମିଳିମିଶି କଲେଜ୍ ଓ ଛାତ୍ରଛାତ୍ରୀଙ୍କ ପାଇଁ କାମ କରିବାକୁ ସେ ବିଜୟୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିବା ଅତାବିରା କଲେଜ ଓ ଲରମ୍ଭା କଲେଜର ବିଜୟୀ ଛାତ୍ର ସଭାପତି କହିଛନ୍ତି ।