ଧାନ ମଣ୍ତିରେ ଚାଷିଙ୍କ ଧାନ କଟିନ୍ ଛାଟିନ୍ ଭଳି ବିଭିନ୍ନ ସମସ୍ଯା କୁ ନେଇ ଧାନ ମଣ୍ତି ରେ ଚାଷିଙ୍କ ହୋହାଲ୍ଲା ,ଏଭଳି ଘଟଣା ଘଟିଛି ଗଞ୍ଜାମଜିଲ୍ଲା ପୋଲସରା ନିର୍ବାଚନ ମଣ୍ତଳିର ବୁଗୁଡା ବ୍ଳକ ଅଧିନସ୍ତ ବି.ବ୍ରହ୍ମପୁର ଧାନ ମଣ୍ତିରେ । ଧାନ ମଣ୍ତିରେ ଚାଷି ମାନଙ୍କ ହୋହାଲ୍ଲା ହେଉଥିବା ଖବର ପାଇ କିଛି ସାମ୍ବାଦିକ ମାନେ ଖବର ସଂଗ୍ରହ କରିବାକୁ ଜାଇଥିବା ବେଳେ , ଅଭିଯୋଗ କରୁଥିବା ଜଣେ ଚାଷିଙ୍କୁ ଧାନ ମଣ୍ତି ଘରର ଏକ ରୁଧ କୋଠରି ଭିତରକୁ ଡାକିନେଇଥିଲେ ଏବଂ ସେହି କୋଠରିରେ ରହି ବହୁ ସମୟ ଧରି ଗୁପ୍ତଭାବେ ଆଲୋଚନା କରିଥିଲେ ।