ବରେଇପାଲି ଥାନା ଅନ୍ତର୍ଗତ ବରେଇପାଲି ଛକ ନିକଟରେ ସଡ଼କ ଦୁର୍ଘଟଣା ଜଣେ ଯୁବକ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 12 ଟା ସମୟରେ ଜଣେ ଯୁବକ ବାଇକ ରେ ଯାଉଥିବା ବେଳେ ଆଉ ଏକ ବାଇକ ଆସି ତାଙ୍କୁ ଧକ୍କା ଦେଇଥିଲା l ଫଳରେ ଯୁବକ ଜଣକ ବାଇକ ରୁ ତଳେ ଘୋଷାରି ହୋଇ ପଡ଼ିଥିଲେ l ତେବେ କିଛି ସ୍ଥାନୀୟ ଯୁବକ ମାନେ ତାଙ୍କୁ ବୁର୍ଲା ମେଡିକାଲ ନେଇ ଚିକିତ୍ସା କରାଇଥିବା ଜଣାପଡିଛି l ସେପଟେ ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି l