*ଗର୍ଭବତୀ ମହିଳା ଓ ଶିଶୁଙ୍କ ପୁଷ୍ଟିକୁ ନେଇ ରାଉରକେଲା ଆପୋଲୋ ହସ୍ପିଟାଲ୍ସରେ ରାଷ୍ଟ୍ରୀୟ ପୋଷଣ ମାସ*
ରାଉରକେଲା ୧୮/୯, ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ପୁଷ୍ଟିକୁ ନେଇ ରାଉରକେଲା ଆପୋଲୋ ହସ୍ପିଟାଲ୍ସରେ ସେପ୍ଟେମ୍ବର ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରାଯାଉଛି। ରାଷ୍ଟ୍ରୀୟ ପୋଷଣକୁ ନେଇ ୨୦୧୮ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା "ରାଷ୍ଟ୍ରୀୟ ପୋଷଣ" ଏହି ସେପ୍ଟେମ୍ବର ମାସରେ ହିଁ ପାଳନ କରାଯାଇଥାଏ।
ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ସେପ୍ଟେମ୍ବର ମାସରେ ପାଳନ କରାଯାଉଥିବା ରାଷ୍ଟ୍ରୀୟ ପୋଷଣ ମାସର ଗର୍ଭବତୀ ମହିଳା ଏବଂ ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଅନ୍ତର୍ଭୁକ୍ତ କରାଯିବା ସହ ଚଳିତ ବର୍ଷର ବିଷୟବସ୍ତୁ (Theam) ରହିଛି "ହାମାରି ଅଙ୍ଗନୱାଡି, ହାମାରି ଜିମ୍ମେଦାରୀ"। ଅର୍ଥାତ୍ ପ୍ରତ୍ୟେକ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ଘରେ ପହଞ୍ଚିପାରୁଥିବା ଅଙ୍ଗନୱାଡି ଦିଦି ଏବଂ ଆଶାକର୍ମୀମାନଙ୍କୁ ହସ୍ପିଟାଲ୍ସ ପକ୍ଷରୁ ଶିକ୍ଷା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ସେମାନେ ପ୍ରତ୍ୟେକ ଘରେ ପହଞ୍ଚିବା ସହିତ ମା' ଓ ଶିଶୁମାନଙ୍କୁ କିପରି ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଇହେବ ଏବଂ କେଉଁ କେଉଁ ଖାଦ୍ୟ ଖାଇଲେ ଗର୍ଭବତୀ ମହିଳା ଓ ଶିଶୁ ପୋଷଣ ତତ୍ତ୍ଵ ପାଇପାରିବେ, ସେ ବିଷୟରେ ପ୍ରତ୍ୟେକ ଘରେ ବୁଝାଇବେ।
ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ପୋଷଣ ତତ୍ତ୍ଵକୁ ନେଇ ଏହି କାର୍ଯ୍ୟକ୍ରମରେ ରାଉରକେଲା ଆପୋଲୋ ହସ୍ପିଟାଲ୍ସର ସ୍ତ୍ରୀ ରୋଗ ବିଶେଷଜ୍ଞ (Gynecologist) ଡାକ୍ତର ଲୋପାମୁଦ୍ରା ଜେନା, ଭେଷଜ ବିଶେଷଜ୍ଞ (Medicine Specialist) ଡାକ୍ତର ମନୋଜ କୁମାର ଉପାଧ୍ୟାୟ ଏବଂ ଅର୍ଥୋପେଡିକ୍ (Orthopedic) ବିଶେଷଜ୍ଞ ଡାକ୍ତର ବରୁଣ କୁମାର ପଟେଲଙ୍କ ସମେତ ହସ୍ପିଟାଲ୍ସର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।