#କାଳୀପୂଜା_ରେ_ଅନୁଷ୍ଠିତ_ମିନାବଜାରକୁ_ବନ୍ଦ_ନେଇ_ସାମ୍ବାଦିକ_ସମ୍ମିଳନୀ
ଯାଜପୁର ର ଗଣପର୍ବ ଭାବେ କାଳୀପୂଜା ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ପରିଚୟ ଲାଭ କରିଥିବା ବେଳେ ଗତ କିଛି ବର୍ଷ ବର୍ଷ ଧରି ଏହାକୁ ଶ୍ରୀହିନ କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ଯାଜପୁର ସହରର ଶାନ୍ତି କମିଟି,କାଳୀ ପୂଜା କମିଟି ଏବଂ ପୌରସଂସ୍ଥା ସହିତ ସମନ୍ବୟ ରକ୍ଷା କରି କାଳୀପୂଜା ଆୟୋଜନ କରିବା ପରିବର୍ତେ ଏହାର ବିପରିତ କାମ କରୁଥିବା ଅଭିଯୋଗ ହୋଇଛି। ଗତ ଦୁଇ ବର୍ଷ ଧରି କାଳୀପୂଜା ସମୟରେ ହେବାକୁ ଥିବା ମିନାବଜାରକୁ ବନ୍ଦ କରି ସହରବାସୀଙ୍କୁ ମାନସିକ ଆଘାତ ଦିଆଯାଉଥିବା କାଳୀପୂଜା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି। ସହରର ସମସ୍ତ ପୂଜା କମିଟି ପକ୍ଷରୁ ମିନା ବଜାର କରିବା ପାଇଁ ପ୍ରସ୍ତାବ ଦେଇଥିବା ବେଳେ କାହା ପ୍ରସ୍ତାବରେ ମିନା ବଜାରକୁ ବନ୍ଦ କରାଯାଇଛି ବୋଲି ପୂଜା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରାଯାଇଛି। ପ୍ରମୋଦିନି ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂଜା କମିଟି ର ସଭାପତି କର୍ଣ୍ଣାଟ କେଶରୀ ଦାସଙ୍କ ସମେତ ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ,ଶାନ୍ତି କମିଟି ସଦସ୍ୟ ବଟକୃଷ୍ଣ ମହାପାତ୍ର,ରାଜିବ ମହାନ୍ତି,ସମରଜିତ ମହାନ୍ତି,ବଳଭଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
#lntvnetwork #jajpurkalipuja #JajpurNews #jajpurkhabar #Aeiodisha #ଫେସବୁକ୍ #facebookreelsviral #facebookvideo