ତଲସରା: ପୁର୍ବତନ ବ୍ଳକ ଅଧ୍ୟକ୍ଷା ଙ୍କୁ ହତ୍ୟା ଧମକ ଅଭିଯୋଗ ରେ ଛାମୁଣ୍ଡା ଗ୍ରାମର ମଦ ବେପାରୀ ଗିରଫ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମରେ ମହିଳା ଗୋଷ୍ଠୀ ସଦସ୍ୟା ମାନେ ମଦ ବିରୋଧି ଅଭିଯାନ କରୁଥିବା ବେଳେ ଗାଁ ର ଜଣେ ମଦ ବେପାରୀ ବିଷ୍ଣୁ କିଷାନ ପୁର୍ବତନ ବ୍ଳକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ମିଞ୍ଜ ଙ୍କୁ ହତ୍ୟା ଧମକ ଦେଇଥିଲେ। ଏହି ବିଷୟରେ ବଡ଼ଗାଁ ଥାନା ରେ ଅଭିଯୋଗ ହେବା ପରେ ବଡ଼ଗାଁ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।