ରାଉରକେଲା ପାନପୋଷ ସର୍କିଟ୍ ହାଉସରେ ବଙ୍ଗୀୟ ଅଭିନେତ୍ରୀ Tina Nandy ଙ୍କ ରହିବା ଘଟଣାକୁ ନେଇ ଚର୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ Tina Nandy ନିଜେ ଏକ ଭିଡିଓ ଜାରି କରି ପ୍ରତିକ୍ରିୟା ରଖିଛନ୍ତି।
ସେ ଭିଡିଓରେ କହିଛନ୍ତି ଯେ, ତାଙ୍କୁ ଏକ ଇଭେଣ୍ଟ ପାଇଁ ରାଉରକେଲାକୁ ଡକାଯାଇଥିଲା ଏବଂ ଆୟୋଜକଙ୍କ ଦ୍ୱାରା ସର୍କିଟ୍ ହାଉସରେ ରହିବାର ବ୍ୟବସ୍ଥା କରାଯାଇଥିଲା। ସରକାରୀ ନିୟମ ବାବଦରେ ସେ ଅବଗତ ନଥିଲେ ବୋଲି ସେ ସଫେଇ ଦେଇଛନ୍ତି।
ଅନ୍ୟପଟେ ସରକାରୀ ସର୍କିଟ୍ ହାଉସରେ କିଭଳି ବାହାର ବ୍ୟକ୍ତିଙ୍କୁ ରହିବାକୁ ଅନୁମତି ମିଳିଲା ତାକୁ ନେଇ ପ୍ରଶ୍ନ ଉଠିଛି। ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯିବ ବୋଲି ଜଣାପଡିଛି।
#StqMedia #News #Odisha #Raulkela #viralpost