ନୂଆପଡା: କୋକାକୋଲା ଏଜେନ୍ସି ନାଁରେ 35 ଲକ୍ଷ ଟଙ୍କା ଠକେଇ, ଦିଲ୍ଲୀରୁ ଅଭିଯୁକ୍ତ ଗିରଫ
କୋକାକୋଲା ଏଜେନ୍ସି ଦେବା ନାଁରେ 35 ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୁକ୍ତ ଦୀନେଶ ନାୟକକୁ ଦିଲ୍ଲୀରୁ ଗିରଫ କଲା ନୂଆପଡା ପୋଲିସ। ଅଭିଯୁକ୍ତ ଜଣକ ବାଲେଶ୍ୱର ଜିଲ୍ଲାର ବାସିନ୍ଦା। ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।