Public App Logo
ବାଲିଚନ୍ଦ୍ରପୁର ଥାନା ସାଉଡିଆ ପଞ୍ଚାୟତ ତାଳୁଆ ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ ଏକ ବାଘ ଆଖୁ ବିଲରେ ବୁଲୁଥିବାର ଫୋଟୋ ଭାଇରଲ କରାଯାଇ ପ୍ରଚାର ହେଲା ବାଘ ଆଖୁ ବିଲରେ ବୁଲୁଛି। ଏହି ଖବର ପ୍ରସାର ପରେ ଆଖ ପାଖ ଅଂଚଳ ରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଖବର ପାଇ ବୈରୀ ବନାଞ୍ଚଳ ଅଧିକାରୀ, ଯାଜପୁର ରୋଡ ଏସଡିପିଓ ଶରତ ଚନ୍ଦ୍ର ପାତ୍ର, ବାଲିଚନ୍ଦ୍ରପୁର ଥାନା ଅଧିକାରୀ ପ୍ରମୁଖଙ୍କ ସହ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ପହଂଚି ଘଟଣା ବିଷୟରେ ଅନୁସନ୍ଧାନ କରିଥିଲେ। ଶେଷରେ ସେହି ତାଳୁଆ ଗ୍ରାମର ଶ୍ରୀକାନ୍ତ କୁମାର ଧୀଣ୍ଡା ଏ ଆଇ ଫୋଟୋ ପ୍ରସ୍ତୁତ କରି ମିଛ ପ୍ରଚାର କରି ଏପରି ଆତଙ୍କ ସୃଷ୍ଟି କରିଥିବା ପ୍ରଶାସନିକ ଅଧିକାରୀଙ୍କ ଆଗରେ ସ୍ୱୀକାର କରିଥିଲା। ଏହି ଘଟଣାରେ ଯୁବକ ଜଣଙ୍କ ଥାନାରେ ଅଟକ ରଖିଛି ପୋଲିସ, #StqMedia #News #jajpur #odisha #JajpurPolice #viralpost - Bhadrak Rural News