ରବିବାର ପୂର୍ବାହ୍ନରେ ଓଡ଼ିଶା ଅମଲା ସଂଘ ରାୟଗଡ଼ା ଜିଲ୍ଲା ଶାଖାର କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଛି। ନିର୍ବାଚନରେ ୨୫୪ ଜଣ ମତଦାନ କରିଥିଲେ।ମନୋଜ କୁମାର ରଥ ସଭାପତି,ଅଜୟ କୁମାର ନାୟକ ସଂପାଦକ, ରବିନାରାୟଣ ପାଟଯୋଶୀ ଉପସଭାପତି,ଯୁଗ୍ମ ସମ୍ପାଦକ ଶ୍ରୀମତୀ ବବିତା ପଣ୍ଡା ଓ କୋଷାଧ୍ୟକ୍ଷ ଭାବେ ଗଦାଧର ପାତ୍ର ଏବଂ ଗୁଣପୁର ଶାଖା ପାଇଁ ବଳରାମ ଭୂୟାଁ ମଧ୍ୟ ନିର୍ବାଚିତ ହୋଇଛନ୍ତି। ରାଜସ୍ୱ ସେବା ଅଧିକାରୀ ଅରୁଣ କୁମାର ପାଢୀ ନିର୍ବାଚନ ପରିଚାଳନା କରିଥିଲେ।